ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍ରେ ୪-୦ ଗୋଲରେ ପେରୁକୁ ହରାଇଛି। ଏପର୍ଯ୍ୟନ୍ତ ମୋଟ ଉପରେ ବ୍ରାଜିଲ କ୍ରମାଗତ ନବମ ବିଜୟ ହାସଲ କରିଛି। ଏଥିସହ ବ୍ରାଜିଲ ଟାଇଟଲ ହାସଲ ସମ୍ଭାବନାକୁ ଆହୁରି ଦୃଢ଼ କରିଛି। ଏହା ପୂର୍ବରୁ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍ରେ ଭେନିଜୁଏଲାକୁ ୩-୦ ଗୋଲରେ ପରାସ୍ତ କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ବ୍ରାଜିଲ ତରଫରୁ ଆଲେକ୍ସ ସାଣ୍ଡ୍ରୋ ଦ୍ୱାଦଶ ମିନିଟ୍ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ତାରକା ଷ୍ଟ୍ରାଇକର ନେମାର ୬୮ତମ ମିନିଟ୍ରେ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇଥିଲେ। ୮୯ତମ ମିନିଟ୍ରେ ଇଭରଟନ ରିବେଇରୋ ଗୋଲ ଦେଇଥିଲେ। ଶେଷରେ ଇଞ୍ଜୁରି ଟାଇମର ତୃତୀୟ ମିନିଟ୍ରେ ଷ୍ଟ୍ରାଇକର ରିଚାର୍ଲିଶନ ଗୋଲ ଦେଇ ଦଳକୁ ବୃହତ୍ ବିଜୟ ପ୍ରଦାନ କରିଥିଲେ।
ଏହି ବିଜୟ ସହ ବ୍ରାଜିଲ ଗ୍ରୁପ୍ ଏ’ରେ ୨ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି କଲମ୍ବିଆ ଗୋଟିଏ ବିଜୟ, ଗୋଟିଏ ଡ୍ର ସହ ୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କୋଚ୍ ଟିଟେଙ୍କ ତତ୍ତ୍ୱାବଧାନରେ ବ୍ରାଜିଲ ଆଶାନୁରୂପ ପ୍ରଦର୍ଶନ କରିଛି। ୨୦୨୨ କାତାର ବିଶ୍ୱକପ୍ ପାଇଁ ବ୍ରାଜିଲ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପେରୁ ଚାପର ବଶବର୍ତ୍ତୀ ହୋଇଥିଲା ଓ ସ୍ବାଭାବିକ ଖେଳିପାରି ନ ଥିଲା। ବ୍ରାଜିଲ ପେରୁକୁ କୌଣସି ସୁଯୋଗ ମଧ୍ୟ ଦେଇ ନ ଥିଲା। ପରବର୍ତ୍ତୀ ମ୍ୟାଚ୍ରେ ବ୍ରାଜିଲ ବୁଧବାର କଲମ୍ବିଆ ବିପକ୍ଷରେ ଖେଳିବ। ୪ଟି ଗ୍ରୁପ୍ର ଶ୍ରେଷ୍ଠ ଦଳଗୁଡିକ ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବେ।
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...
କୋପା ଆମେରିକା ଫୁଟ୍ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍ଘାଟନୀ ମ୍ୟାଚ୍
ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍ବଲ...
ପାକିସ୍ତାନର ବ୍ୟାଟିଂ କୋଚ୍ ପଦରୁ ହଟିଲେ ପୂର୍ବତନ ଅଧିନାୟକ
କରାଚୀ,୨୨।୬: ପୂର୍ବତନ ଅଧିନାୟକ ୟୁନିସ ଖାନ ପାକିସ୍ତାନ ଦଳର ବ୍ୟାଟିଂ କୋଚ୍ ପଦରୁ ଓହରି ଯାଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ...
ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍; ପଢ଼ାଇଲେ ଅସଲ କ୍ରିକେଟ ପାଠ…
ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ଡ୍ର ଥିଲା ଏବଂ ଦ୍ୱିତୀୟ...
ୟୁରୋକପ୍ ଫୁଟ୍ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ
ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ...


