ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ ପାଇଁ ରଖାଯାଇଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ କ୍ରୋମାଇଟ ବିକ୍ରୀ ହୋଇ ନ ପାରି ପଡି ରହିଛି। ତା.୧୦ା୨ା୨୦୨୧ରେ ହୋଇଥିବା ନିଲାମରେ ୧୧.୪ ପ୍ରତିଶତ, ତା.୧୫ା୩ା୨୦୨୧ରେ ୭.୧ ପ୍ରତିଶତ, ତା୨୩ା୪ା୨୦୨୧ରେ ୪୨.୨ ପ୍ରତିଶତ, ତା.୧୭ା୫ା୨୦୨୧ରେ ଆଦୌ ବିକ୍ରୀ ହୋଇନାହିଁ, ତା.୨୬ା୫ା୨୦୨୧ରେ ୭.୪ ପ୍ରତିଶତ ଏବଂ ତା.୪ା୬ା୨୦୨୧ରେ ୧୫.୨ ପ୍ରତିଶତ କ୍ରୋମାଇଟ ବିକ୍ରୀ ହୋଇଛି। ଓଏମ୍ସିର ବେପରୁଆ ଓ ଭୂଲ ମୂଲ୍ୟ ନିର୍ଦ୍ଧାରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଫେରୋ ଆଲୟଜ ସଂସ୍ଥାଗୁଡ଼ିକ ଫେରୋକ୍ରୋମ ଉପତ୍ାଦନ କରିବାଠାରୁ ମୁହଁ ଫେରାଇ ମାଙ୍ଗାନିଜ ଆଲୟଜ ଉପତ୍ାଦନ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ଶୁକ୍ରବାର (୨୫ତାରିଖ) ଓଏମ୍ସିର କ୍ରୋମାଇଟ ନିଲାମ ପ୍ରକ୍ରିୟାରେ ପ୍ରାରମ୍ଭିକ ମୂଲ୍ୟ ଉପରେ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକର ନଜର ରହିବ ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗରସ୍ଥିତ ଜିନ୍ଦଲ, ଭିସା, ରୋହିତ ଫେରୋଟେକ୍ ଓ ଶ୍ୟାମ୍ ମେଟାଲିକ୍ କାରଖାନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଓଏମ୍ସି କ୍ରୋମାଇଟର ପ୍ରାରମ୍ଭିକ ମୂଲ୍ୟ ଉପରେ ଅନାବଶ୍ୟକ ଭାବେ ରୟାଲ୍ଟି ଯୋଡି ଦର ବୃଦ୍ଧି କରିବାରେ ଲାଗିଛି। ନିଲାମର ସ୍ଥିରୀକୃତ ଦରରେ କ୍ରୋମାଇଟ୍ କିଣି କାରଖାନା ଚଳାଇବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଶିଳ୍ପ ସଂସ୍ଥାଗୁଡ଼ିକ କ୍ରୋମାଇଟ କ୍ରୟ ନ କରି ହାତବାନ୍ଧି ବସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଓଏମ୍ସି ନିଲାମ କ୍ରୋମାଇଟ ନେବାକୁ ଏବେ କ୍ରେତା ଅମଙ୍ଗ ହେଉଛନ୍ତି। ବାରମ୍ବାର ବିଫଳ ନିଲାମ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ଶିଳ୍ପସଂସ୍ଥାଗୁଡିକ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ା ଓଏମ୍ସିର ମୂଲ୍ୟ ନିର୍ଦ୍ଧାରଣ ସୂତ୍ରକୁ ପରିବର୍ତ୍ତନ କରିବା ପାଇଁ ସେମାନେ ଚାପ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ଓଏମ୍ସି କ୍ରୋମାଇଟ୍ ଯୋଗାଇ ଦେବା ପାଇଁ ଶିଳ୍ପସଂସ୍ଥା ସହ ଦୀର୍ଘମିଆଦି ଚୁକ୍ତିର ଖୋଲା ଉଲ୍ଲଂଘନ କରୁଛି। ଶିଳ୍ପସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏ ନେଇ ଓଏମ୍ସିର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏହି ଶିଳ୍ପସଂସ୍ଥାଗୁଡିକ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି ନିଲାମ ପାଇଁ ରଖାଯାଇଥିବା ସମସ୍ତ ପରିମାଣ କ୍ରୋମାଇଟ ବିକ୍ରୀ ହୋଇପାରୁନାହିଁ ତେବେ ଦର ହ୍ରାସ କରାଯାଉ। ଯାହାଦ୍ୱାରା ନିଲାମ ସଫଳ ହୋଇ ପାରିବ ଓ କ୍ରୋମାଇଟର ଟନ୍ ପିଛା ହାରାହାରି ମୂଲ୍ୟ ଉପତ୍ାଦନ ସାପେକ୍ଷ ହୋଇ ପାରିବ। ଓଏମ୍ସି ଶିଳ୍ପସଂସ୍ଥାଗୁଡିକର ପ୍ରସ୍ତାବକୁ କର୍ଣ୍ଣପାତ ନ କରି ମୂଲ୍ୟବୃଦ୍ଧି କରି ଚାଲିଥିବାରୁ କାରଖାନା ବନ୍ଦ ହେବା ସହ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀମାନେ କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ମାର୍କରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା: ଜୁଲାଇ ୫ରୁ ଫର୍ମ ଫିଲଅପ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ କରୋନା କଟକଣା ଯୋଗୁ ବିକଳ୍ପ ଉପାୟରେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନରେ...
ସଙ୍କଟରେ ଇସ୍ପାତ ଶିଳ୍ପ
ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍...
ଟିକାକରଣରେ ଅବ୍ୟବସ୍ଥା ନେଇ ଅସନ୍ତୋଷ
ଯାଜପୁର ଅଫିସ,୧୧।୬: ଯାଜପୁର ଜିଲାର କେତେକ କରୋନା ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଛି। ଏହାବାଦ୍ ଜିଲାରେ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ...
ମହଙ୍ଗା ପଡ଼ିଲା ବାର୍ହା ମାଂସ କିଣିବା
କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...
‘ୟାସ୍’ କ୍ଷୟକ୍ଷତି ୬୧୦ କୋଟି
ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି...
ସବ୍ୟସାଚୀଙ୍କ ପାଇଁ ବଞ୍ଚିଲା ୨ ଜୀବନ
ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସମୟରେ ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଆଦର୍ଶ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ଦେବଦୂତ ସାଜି ପୁଣି ଆଉ ୨ ଜୀବନ...
୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍ ଟିକା ୮ରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...


