ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି। ଚିକିତ୍ସା ପାଇଁ ଭାରତ ଛାଡିଛି। ମୁଁ ଜଣେ ନିୟମ ପାଳନ କରୁଥିବା ନାଗରିକ ବୋଲି ଚୋକ୍ସୀ ମତ ରଖିଛନ୍ତି। ୬୨ ବର୍ଷ ଏହି ଜୁଏଲର୍ସ ପିଏନ୍ବିର ୧୪ ହଜାର କୋଟି ଟଙ୍କାର ଋଣ ଠକେଇରେ ସମ୍ପୃକ୍ତି ଜଣାପଡ଼ିବା ପରେ ଭାରତରୁ ଆଣ୍ଟିଗୁଆ ପଳାୟନ କରିଥିଲେ। ସେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ଭାରତ ସରକାର ପ୍ରକ୍ରିୟା ଜାରି କରିଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଡୋମିନିକାରେ ଠାବ କରାଯିବା ପରେ ସେଠାରେ ଏବେ ସେ ରହିଛନ୍ତି। ଡୋମିନିକା ହାଇକୋର୍ଟଙ୍କୁ ଚୋକ୍ସୀ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାରତୀୟ ଆଇନକୁ ମୁଁ କେବେ ଅବମାନନା କରିନାହିଁ। ଭାରତ ଛାଡ଼ିବା ବେଳେ ମୋ ବିରୋଧରେ କୌଣସି ଓ୍ବାରେଣ୍ଟ ଜାରି କରାଯାଇ ନ ଥିଲା। ଆମେରିକାରେ ଚିକିତ୍ସା ପାଇଁ ଭାରତ ଛାଡ଼ିଥିଲି। ସେହିଭଳି ଡୋମିନିକା କୋର୍ଟଙ୍କ ଶୁଣାଣିଠାରୁ ଦୂରକୁ ଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡୋମିନିକା କୋର୍ଟରେ ଚୋକ୍ସୀଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରୀତି ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିବେ ବୋଲି ଶୁଣାଯାଉଛି। ଚୋକ୍ସୀଙ୍କୁ ଆଣ୍ଟିଗୁଆ ଯିବାରେ ସେ ରାଣୀଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଏବେ ପ୍ରସ୍ତୁତି ଜାରି ରହିଛି।
ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...
ମେ’ରେ କମିଲା ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍ଟି)...
ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି
ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ।...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
ମଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍ସିଏଆଇ
ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍ ଇଣ୍ଡିଆ...
ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା...
୧୩୪ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ...
ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ...


