ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର ମଧ୍ୟ ବଢ଼ିବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟା ଏବେ ବି ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୯୨୧ଜଣ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧ଲକ୍ଷ ୧୯ହଜାର ୫୦୧ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଗତ କିଛି ଦିନରୁ ଦେଶରେ ୫୩,୦୦୧ ସକ୍ରିୟ ମାମଲା ହ୍ରାସ ପାଇଛି। ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ୫୩,୪୮୦ ମାମଲା ଚିହ୍ନଟ ହୋଇଥିଲା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ମୋଟ ୨କୋଟି ୯୫ ଲକ୍ଷ ୧୦ହଜାର ୪୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୩.୭୪ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ବି ହ୍ରାସ ପାଇଛି। ୧୦ଲକ୍ଷରୁ ତଳକୁ ଖସି ୯.୭୩ ଲକ୍ଷରେ ପହଞ୍ଚିଛି। ସୂଚନା ମୁତାବକ ଜୁନ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୨୫କୋଟି ୪୮ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
Posted inକରୋନା ଭାଇରସ୍, ଜାତୀୟ View All
କରୋନା ଗ୍ରାଫ୍ ତଳ ମୁହାଁ…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୯।୬: ସ୍ବିସ୍ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍ର ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...
ପ୍ରଥମ ଡୋଜ୍ ଟିକାକରଣ: ଆମେରିକାକୁ ଟପିଲା ଭାରତ
ନୂଆଦିଲ୍ଲୀ, ୪।୬: କୋଭିଡ୍-୧୯ ଟିକା ପ୍ରଥମ ଡୋଜ୍ ଦେବାରେ ଭାରତ ଆମେରିକାକୁ ଟପିଯାଇଛି। ଆମେରିକାରେ ୧୬.୯ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ଭାରତରେ...
ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...
୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ
ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ...
ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍
କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...
ସ୍ଫୁଟନିକ୍ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍ ଇନ୍ଷ୍ଟିଚ୍ୟୁଟ
ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ...


