ବରଗଡ଼ ଅଫିସ,୧୪।୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। ମାତ୍ର ଧାନ କିଣାବିକା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଟୋକନରେ ତ୍ରୁଟି, ଟୋକନ ଅବଧି ହ୍ରାସ ଏବଂ ଟୋକନ ଅବଧି ଶେଷ ହେବା ଯୋଗୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଅନ୍ୟପକ୍ଷରେ କ୍ଷେତ, ଖଳାରେ ତାହା ପଡି ରହିଛି ଏବଂ ଝଡବର୍ଷା ଯୋଗୁ ଅନେକ ଚାଷୀଙ୍କ ଧାନ ପ୍ରଭାବିତ ହୋଇଛି। କ୍ଷେତ, ଖଳାରେ ଧାନ ଗଜା ହୋଇ ଗଲାଣି। ତଥାପି ଧାନ କିଣାବିକାରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଉ ନାହିଁ। ଏହାକୁ ନେଇ ଦେଖା ଯାଇଥିବା ଚାଷୀ ଅସନ୍ତୋଷ ଆନ୍ଦୋଳନ ମୋଡ଼ ନେଇଛି। ଏହି କ୍ରମରେ ସୋମବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ଶାଖା ନେତୃତ୍ୱରେ ବରଗଡ଼ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଆଣିଥିବା ଗଜାଧାନକୁ ଉକ୍ତ କାର୍ଯ୍ୟାଳୟ ପରିସରରେ ଗଦା କରିବା ସହିତ ଚାଷୀମାନେ ଧାରଣାରେ ବସିଛନ୍ତି। ଆସନ୍ତା ୩ଦିନ ମଧ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା, ବାତିଲ ହୋଇଥିବା ଟୋକନକୁ କାର୍ଯ୍ୟକ୍ଷମ କରିବା, ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଟୋକନ ତ୍ରୁଟିରେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
Posted inଆମ ଜିଲା ଖବର, ବରଗଡ଼ View All
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...
ଘରେ ପଶି ନାବାଳିକାଙ୍କୁ ବଳାତ୍କାର
ବୁଗୁଡ଼ା,୨୫ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଗୁରୁବାର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲା କ୍ରମେ ପୋଲିସ...
ସମୟରେ ପହଞ୍ଚି ବଞ୍ଚାଇଲେ ୪ ନାବାଳକଙ୍କ ଜୀବନ
ଆନନ୍ଦପୁର,୨୩।୬: କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ବୁଧବାର ସକାଳେ ୪ ନାବାଳକ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ସମସ୍ତଙ୍କୁ ସୁରକ୍ଷିତ...
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ
ଯାଜପୁର ଅଫିସ,୨।୬: ଲକ୍ଡାଉନ୍ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ...
ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ନିମାପଡ଼ା, ୪ା୬(ଡି.ଏନ୍.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା...
ଗଞ୍ଜାମରେ ଟିକାକରଣ ସ୍ବଭାବିକ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମେଗା କୋଭିଡ୍ ଟିକାକାରଣ ଶୁକ୍ରବାର ଠାରୁ ପୁଣି ସ୍ବଭାବିକ ହୋଇଛି। ଗୁରୁବାର ଜିଲାର ୧୦ବ୍ଲକରେ ଟିକା ଦେବା ବନ୍ଦ ଥିଲା। ତେବେ...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...


