ବରଗଡ଼ ଅଫିସ,୧୪।୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। ମାତ୍ର ଧାନ କିଣାବିକା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଟୋକନରେ ତ୍ରୁଟି, ଟୋକନ ଅବଧି ହ୍ରାସ ଏବଂ ଟୋକନ ଅବଧି ଶେଷ ହେବା ଯୋଗୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଅନ୍ୟପକ୍ଷରେ କ୍ଷେତ, ଖଳାରେ ତାହା ପଡି ରହିଛି ଏବଂ ଝଡବର୍ଷା ଯୋଗୁ ଅନେକ ଚାଷୀଙ୍କ ଧାନ ପ୍ରଭାବିତ ହୋଇଛି। କ୍ଷେତ, ଖଳାରେ ଧାନ ଗଜା ହୋଇ ଗଲାଣି। ତଥାପି ଧାନ କିଣାବିକାରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଉ ନାହିଁ। ଏହାକୁ ନେଇ ଦେଖା ଯାଇଥିବା ଚାଷୀ ଅସନ୍ତୋଷ ଆନ୍ଦୋଳନ ମୋଡ଼ ନେଇଛି। ଏହି କ୍ରମରେ ସୋମବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ଶାଖା ନେତୃତ୍ୱରେ ବରଗଡ଼ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଆଣିଥିବା ଗଜାଧାନକୁ ଉକ୍ତ କାର୍ଯ୍ୟାଳୟ ପରିସରରେ ଗଦା କରିବା ସହିତ ଚାଷୀମାନେ ଧାରଣାରେ ବସିଛନ୍ତି। ଆସନ୍ତା ୩ଦିନ ମଧ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା, ବାତିଲ ହୋଇଥିବା ଟୋକନକୁ କାର୍ଯ୍ୟକ୍ଷମ କରିବା, ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଟୋକନ ତ୍ରୁଟିରେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
Posted inଆମ ଜିଲା ଖବର, ବରଗଡ଼ View All
ଗାଁ ଛାଡ଼ି ସୁରଟମୁହାଁ ୧୦ ବୁଣାକାର
ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି।...
ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ
ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍ଡାଉନ ସମୟରେ ବଢ଼ୁଛି କ୍ରାଇମ୍। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା...
ଧରିତ୍ରୀ ପ୍ରଭାବ: ରାସ୍ତା ମଝିର ଗର୍ତ୍ତ ପୋତାଗଲା
ଅସ୍ତରଙ୍ଗ, ୧୪ା୬(ଡି.ଏନ୍.ଏ.): ଅସ୍ତରଙ୍ଗ- ନୂଆଗଡ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଏକ ବଡ଼ ଗର୍ତ୍ତକୁ ନେଇ ରବିବାର ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ: ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା
ଗଞ୍ଜାମ,୧୭।୬(ଡି.ଏନ୍.ଏ.): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ପରିଦର୍ଶନରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗୁରୁବାର ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ଏନ୍ଏସି...
ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ
ପୁରୁଷୋତ୍ତମପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍(ଓଆର୍ ୦୯ଏଫ୍ ୯୩୯୫)...
ବଚସାରୁ ହତ୍ୟା
ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ...
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...


