ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି। କେନ୍ଦ୍ରର ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ଧୀରେଧୀରେ ରାଜ୍ୟ ସରକାର ଏନେଇ ୨ ସନ୍ତାନ ଆଇନ ପ୍ରଣୟନ କରିବାର ଯୋଜନା କରୁଥିବା ସେ କହିଛନ୍ତି। ଏଭଳି ହେଲେ ୨ରୁ ଅଧିକ ସନ୍ତାନଙ୍କ ମାତାପିତାଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ। କେନ୍ଦ୍ରର ସରକାରଙ୍କ ଏଭଳି କେତେକ ଯୋଜନା ରହିଛି ଯେଉଁଥିରେ ୨ ସନ୍ତାନ ଯୋଗ୍ୟତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଉଛି। ସୂଚନାଯୋଗ୍ୟ ସମ୍ପ୍ରତି ଆସାମରେ ହୋଇଥିବା ଏକ ସଂଶୋଧନ ଅନୁସାରେ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା, ଘରେ ଶୌଚାଳୟ ସୁବିଧା ସହିତ ୨ ସନ୍ତାନ ମାନଦଣ୍ଡ ରହିଛି। ଏହା ପଞ୍ଚାୟତ ଅଧିନିୟମ ଅନ୍ତର୍ଗତ ଜାରି କରାଯାଇଛି।
ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ
ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ୟୁପି କ୍ୟାବିନେଟରେ ହେବନାହିଁ ପରିବର୍ତ୍ତନ
ନୂଆଦିଲ୍ଲୀ,୬।୬: ଉତ୍ତରପ୍ରଦେଶ ଭାଜପା ପ୍ରଭାରୀ ରାଧାମୋହନ ସିଂ ରବିବାର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଅଦଳବଦଳ ହେବା କଳ୍ପନାଜଳ୍ପନାକୁ...
ହିମାଚଳ ପ୍ରଦେଶରେ ଲାଗିଛି ଲମ୍ବା ଟ୍ରାଫିକ୍
ଶିମଲା,୧୩।୬: ହିମାଚଳ ପ୍ରଦେଶରେ ପ୍ରବେଶ କରିବା ପାଇଁ ଆରଟି-ପିସିଆର ରିପୋର୍ଟ ଦରକାର ନାହିଁ। ଏହି ଘୋଷଣା ହେବା ପରେ ରାଜ୍ୟର ପ୍ରବେଶ ପଥରେ ସୃଷ୍ଟି ହୋଇଛି...
ବଳାତ୍କାର ପରେ ଚିରି ଦେଲେ ମହିଳାଙ୍କ ପେଟ
ନୂଆଦିଲ୍ଲୀ,୧୬।୬: ବଳାତ୍କାର ପରେ ଛୁରା ମାରି ୬୨ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୩ ନିକଟସ୍ଥ ଦାଲୁପୁରା ଗ୍ରାମରେ...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ୟୁପିର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ହେଲେ ନୂଆ ଇସି
ନୂଆଦିଲ୍ଲୀ,୯।୬: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନର (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର...
ଖୁସି ଖବର: ଭାକ୍ସିନ୍ ମିକ୍ସିଂରେ ପରାଜିତ ହେବ କରୋନା…
ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...


