E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ଦୁର୍ଭିକ୍ଷ ଆଁରେ ଇଥିଓପିଆ
9:44 amJune 12, 2021

ଆଡିସ୍‌ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ ଉକ୍ତ ଅଞ୍ଚଳର ୩,୫୦,୦୦୦ ଜଣ ଦୁର୍ଭିକ୍ଷ ମୁହଁକୁ ଠେଲିହୋଇ ଯାଇଛନ୍ତି। ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଯୁଦ୍ଧ ପ୍ରଭାବିତ ଇଥିଓପିଆକୁ ନେଇ ଚିନ୍ତା ବଢ଼ିଯାଇଛି।
ଟିଗ୍ରେ, ଆମ୍‌ହରା ଓ ଅଫାର୍‌ ସ୍ଥିତିକୁ ନେଇ ସମନ୍ବିତ ପର୍ଯ୍ୟାୟ ବର୍ଗୀକରଣ(ଆଇପିସି) ଫେଜ୍‌ ୫ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଜାତିସଂଘର ହ୍ୟୁମାନିଟାରିଆନ୍‌ ମୁଖ୍ୟ ମାର୍କ ଲୋକକ୍‌ ଦୁର୍ଭିକ୍ଷ ବିଷୟରେ ଘୋଷଣା କରିଛନ୍ତି। ଏଥିଯୋଗୁ ମେ’ରୁ ଜୁନ୍‌ ମଧ୍ୟରେ ସାଢ଼େ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏହି ବିସ୍ତୃତ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିପନ୍ନ ହୋଇ ବିପତ୍ତି ସୃଷ୍ଟି ହୋଇଛି, ଯାହାକି ଆଗକୁ ଅନାହାର ଓ ମୃତ୍ୟୁର ବିଭୀଷିକାର କାରଣ ହେବ ବୋଲି ଆଇପିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦୁର୍ଭିକ୍ଷର ନିର୍ଦ୍ଦିଷ୍ଟ ସଂଜ୍ଞା ଥିବାରୁ ଏହାକୁ ଦୁର୍ଭିକ୍ଷ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି ଘୋଷଣା କରିବା ଲାଗି ମୃତ୍ୟୁ ହାର, କୁପୋଷଣ ଓ କ୍ଷୁଧାକୁ ଆଧାର କରି ଅନୁଶୀଳନ କରାଯାଏ। ଅନୂ୍ୟନ ୨୦% ପରିବାର ଅତି ଖାଦ୍ୟ ସଙ୍କଟକୁ ସାମ୍ନା କଲେ, ସମ୍ପୃକ୍ତ ଦେଶର ୩୦% ଲୋକ କୁପୋଷଣର ଶିକାର ହେଲେ ଏବଂ ଦିନକୁ ପ୍ରତି ୧୦,୦୦୦ ଜଣରେ ମୃତ୍ୟୁସଂଖ୍ୟା ୨ରୁ ଅଧିକ ରହିଲେ ଦୁର୍ଭିକ୍ଷ ଘୋଷଣା କରାଯାଇଥାଏ। ଇଥିଓପିଆରେ ଦୁର୍ଭିକ୍ଷ ହୋଇଥିବା ଘୋଷଣା କରାଗଲେ ଜୀବନରକ୍ଷକ ସହାୟତା ପ୍ରଦାନ ଜରୁରୀ ହୋଇପଡ଼ିବ। ସହାୟତା ନିମନ୍ତେ ଏହା ବିଶ୍ୱ ସମୁଦାୟର ଧ୍ୟାନ ଆକର୍ଷଣ କରିବ। ୧୯୮୪ରେ ମରୁଡ଼ି ଓ ଯୁଦ୍ଧ ଯୋଗୁ ଟିଗ୍ରେ ତଥା ପଡ଼ୋଶୀ ଓଲୋ ପ୍ରଦେଶ ଦୁର୍ଭିକ୍ଷର କେନ୍ଦ୍ରସ୍ଥଳ ପାଲଟିଥିଲା। ସେତେବେଳେ ୬ ଲକ୍ଷରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ମାଡ଼ି ଆସିଲା ନୂଆ ବିପଦ: ଚାଇନା ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ୍‌ ପଦାର୍ଥ ଲିକ୍‌…

ବେଜିଂ,୧୫।୬: ଚାଇନା ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। କରୋନାର ଅନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପୁଣି ସଙ୍କଟ ସୃଷ୍ଟି କରିଛି। ଚାଇନାର ତାଇଶାନ୍‌ ଆଣବିକ...

ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…

ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...

ଚାଇନା ବ୍ଲଗରଙ୍କୁ ୮ ମାସ ଜେଲ

ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍‌ରେ ପୋଷ୍ଟ କରିଥିବା ଚାଇନିଜ୍‌ ବ୍ଲଗର...

ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା

ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ...

ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…

ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା...

୩ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ ଏହି ଟିକା

ବେଜିଂ,୬।୬: ଚାଇନା କର୍ତ୍ତୃପକ୍ଷ କୋଭିଡ୍‌-୧୯ ଟିକା କରୋନାଭାକ୍‌କୁ ୩ରୁ ୧୭ ବର୍ଷ ବର୍ଗର ପିଲାଙ୍କୁ ଦେବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ଟିକାର ଉତ୍ପାଦନକାରୀ...

ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍‌ଟାଲି

ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍‌ଟାଲି...

ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
Next Post Next post:
ମିଶନ ୨୦୨୪କୁ ନେଇ ଚର୍ଚ୍ଚା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts